You are currently viewing ସୁପ୍ରିମକୋର୍ଟରେ କରୋନା କାୟା, ୧୦ ବିଚାରପତିଙ୍କୁ କରୋନା

ସୁପ୍ରିମକୋର୍ଟରେ କରୋନା କାୟା, ୧୦ ବିଚାରପତିଙ୍କୁ କରୋନା

ନୂଆଦିଲ୍ଲୀ-୧୯.୦୧.୨୦୨୨,  ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।  ଦେଶରେ  ସୁପ୍ରିମକୋର୍ଟରେ କରୋନା କାୟା । ସୁପ୍ରିମକୋର୍ଟର ୧୦ ବିଚାରପତି କରୋନା ଆକ୍ରାନ୍ତ ହୋଇଛନ୍ତି   ।ଏଥିଯୋଗୁ ଦୈନଦିନ କାମ ବାଧାପ୍ରାପ୍ତ ହେଉଛି । ସୁପ୍ରିମକୋର୍ଟରେ ପ୍ରାୟ ୧୫ଶହ କର୍ମଚାରୀ ଥିବା ବେଳେ ଏ ଯାଏ ୪ଶହ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି।  ସୂଚନା ଅନୁସାରେ, ସୁପ୍ରିମକୋର୍ଟର ୩୨ ବିଚାରପତିଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବିଚାରପତି କରୋନାମୁକ୍ତ ହୋଇ ପୁଣି ଥରେ କାମରେ ଯୋଗ ଦେଇ ସାରିଛନ୍ତି। କିନ୍ତୁ ବର୍ତ୍ତମାନ ୮  ବିଚାରପତି ପଜିଟିଭ ହୋଇଥିବା ବେଳେ ହୋମ ଆଇସୋଲେସନ୍‌ରେ ଅଛନ୍ତି।
  ସୁପ୍ରିମକୋର୍ଟ ବିଚାରପତି ଓ କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।