You are currently viewing ଦିନକରେ ୮୪,୩୩୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ

ଦିନକରେ ୮୪,୩୩୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ

ନୂଆଦିଲ୍ଲୀ-୧୨.୦୬.୨୦୨୧, ଦେଶରେ ଦିନକରେ ୮୪ ହଜାର ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ ୪୦୦୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୭ ହଜାର ୮୧କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୧୦ ଲକ୍ଷ ୮୦ ହଜାର ୬୯୦ , ସୁସ୍ଥ-୨କୋଟି ୭୯ଲକ୍ଷ ୧୧ହଜାର ୩୮୪ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।