You are currently viewing ଦିନକରେ ୩୪,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ ୩୪,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୦୬.୦୭.୨୦୨୧, ଦେଶରେ ଦିନକରେ ୩୪ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୬ ଲକ୍ଷ ୧୯ ହଜାର ୯୩୨କୁ ବୃଦ୍ଧି ପାଇଛି । ଦେଶରେ କମୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ଦେଶରେ ୨୪ ଘଣ୍ଟାରେ ୫୫୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧କୁ ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୪ ଲକ୍ଷ ୬୪ ହଜାର ୩୫୭ , ସୁସ୍ଥ- ୨ କୋଟି ୯୭ ଲକ୍ଷ ୫୨ ହଜାର ୨୯୪ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।