You are currently viewing କରୋନା ନେଲା ୪୧୭ ଜଣଙ୍କ ମୁଣ୍ଡ

କରୋନା ନେଲା ୪୧୭ ଜଣଙ୍କ ମୁଣ୍ଡ


ନୂଆଦିଲ୍ଲୀ,୧୬/୦୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୯୩୭ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟ ୪୦୦ ଟପିଛି । ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୧୬୪୨ରେ ପହଞ୍ଚିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୨୧୪୯୨୪ରେ ପହଞ୍ଚିଛି । ସକ୍ରିୟ ମାମଲା ୩୮୧୯୪୭ଟି ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩୧୪୧୧୯୨୪ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।