You are currently viewing ଆଜି କୋଭାକ୍ସିନକୁ ମିଳିପାରେ WHO ର ଅନୁମତି

ଆଜି କୋଭାକ୍ସିନକୁ ମିଳିପାରେ WHO ର ଅନୁମତି

ନୂଆଦିଲ୍ଲୀ୦୩/୧୧:  କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ଲାଗି ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି । ଭାରତ ବାୟୋଟେକ୍ ଦ୍ୱାରା କୋଭିଡ୍ ଟିକା କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ ପାଇଁ WHO ପକ୍ଷରୁ ଆଜି ଏକ ବୈଠକ ବସିବ । ଏଥିରେ କୋଭାକ୍ସିନକୁ ଅନୁମତି ଦିଆଯିବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି । ଏହା ପୂର୍ବରୁ WHO ର ମାଗିଥିବା ଅତିରିକ୍ତ ତଥ୍ୟ ଦାଖଲ କରିଛି ଭାରତ ବାୟୋଟେକ। ଗତ ୨୬ରେ WHOର ଟେକ୍ନିକାଲ ପରାମର୍ଶଦାତା କମିଟି ପକ୍ଷରୁ କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ ଲାଗି ଏକ ସମୀକ୍ଷା ବୈଠକ ହୋଇଥିଲା । ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ଡାଟା ମାଗିଥିଲା। ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି । ବର୍ତମାନ ସୁଦ୍ଧା WHO ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି ।  ଏହାସହ ଆମେରିକାରେ ଆସନ୍ତା ୮ ତାରିଖରୁ ୫ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦିଆଯିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଏହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଂଟ । କୋଭିଡ୍ ୧୯ ବିରୋଧୀ ଲଢେଇରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି କହିଛନ୍ତି ଜୋ ବାଇଡେନ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।