You are currently viewing ବଜେଟରେ ବଡ ଘୋଷଣା : ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ

ବଜେଟରେ ବଡ ଘୋଷଣା : ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ

ଏଏନଏସ :  କେନ୍ଦ୍ରୀୟ ବଜେଟରେ ସୁନା, ରୁପା, ପ୍ଲାଟିନମକୁ ନେଇ ବଡ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ ସହ ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ ।

ଅନ୍ୟପଟେ ବଜେଟରେ  ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ଅବସର ପ୍ରଦାନ କରିବାକୁ ସରକାର ଯୋଜନା ଆରମ୍ଭ କରିବେ । ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।