You are currently viewing ଦିନକ ପରେ ଗୁଜରାଟ ଉପକୂଳ ଅତିକ୍ରମ କରିବ ବାତ୍ୟା ‘ତଉକତେ’

ଦିନକ ପରେ ଗୁଜରାଟ ଉପକୂଳ ଅତିକ୍ରମ କରିବ ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ-୧୫.୦୫.୨୦୨୧,ଆରବ ସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ବାତ୍ୟା ‘ତଉକତେ’ ରୂପ ଧାରଣ କରିଛି । ଏହା ଆଉ ଗୋଟିଏ ଦିନ ପରେ ଉଗ୍ରରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ କରିବ । ମେ ୧୬ରୁ ୧୯ ଭିତରେ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟ ପବନର ବେଗ ରହିପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାର ମୁକାବିଲା ପାଇଁ ୫୦ଜଣିଆ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ୫ଟି ରାଜ୍ୟରେ ପ୍ରସ୍ତୁତ ରହିଛନ୍ତି। ଭାରତୀୟ ନୌସେନାର ଜାହାଜ, ବିମାନ, ହେଲିକପ୍ଟର୍‌, ‘ଡାଇଭିଙ୍ଗ୍ ଆଣ୍ଡ୍‌ ଡିଜାଷ୍ଟର୍‌ ରିଲିଫ୍‌ ଟିମ୍‌’ କୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପାଇଁ ପାଣିପାଗ ବିଭାଗ ପଶ୍ଚିମ ଉପକୂଳ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି । ଏନେଇ ଲକ୍ଷାଦୀପରେ ଆଜି ଓ କାଲି କିଛି ସ୍ଥାନରେ ବର୍ଷା ହୋଇପାରେ । ଏହା ବ୍ୟତୀତ କର୍ଣ୍ଣାଟକରେ ଆଜି ଅଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।