You are currently viewing ଆଜି ଅଯୋଧ୍ୟାରେ ଜଳିବ ୧୨ ଲକ୍ଷ ମାଟି ଦୀପ

ଆଜି ଅଯୋଧ୍ୟାରେ ଜଳିବ ୧୨ ଲକ୍ଷ ମାଟି ଦୀପ

ଅଯୋଧ୍ୟା-୦୩.୧୧.୨୦୨୧, ଦୀପାବଳୀ ଅବସରରେ  ଅଯୋଧ୍ୟାରେ ଜଳିବ ୧୨ ଲକ୍ଷ ମାଟି ଦୀପ । ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ପବିତ୍ର ଦୀପାବଳି ଅବସରରେ ଗତ ୧ ତାରିଖ ଠାରୁ ଦୀପୋତ୍ସବ ଆରମ୍ଭ ହୋଇଯାଇଛି। ସମାରୋହର ପ୍ରଥମ ୨ ଦିନରେ ଦେଶ-ବିଦେଶର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ  ଆଜି ଅଯୋଧ୍ୟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ର ଉଦ୍‌ଘାଟନ କରିବେ। ଏହି ଅବସରରେ ସେଠାରେ ୧୨ଲକ୍ଷ ଦୀପ ଜଳିବ। ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦଳ ଗଣନା ଆରମ୍ଭ କରିଛି। ସୂଚନା ଅନୁସାରେ,  ୧୨ ଲକ୍ଷ ଦୀପ ମଧ୍ୟରୁ ରାମଙ୍କ ପାଦରେ ୯ ଲକ୍ଷ ଲ୍ୟାମ୍ପ ଏବଂ ବାକି ଅଯୋଧ୍ୟାରେ ୩ ଲକ୍ଷ ଦୀପ ଜଳାଯିବ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟପାଳ ଆନନ୍ଦୀ ବେନ ଏବଂ ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗଦେବେ।


ଏଥି ପାଇଁ ଯୋଗୀ ସରକାର ଓ ଅଯୋଧ୍ୟା ପ୍ରଶାସନ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇସାରିଛନ୍ତି। ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ଥିବା ୯୦ ହଜାର ଗାଁରୁ ୫ଟି ଲେଖାଏଁ ମାଟି ଦୀପ ଆସିଛି। ଏଗୁଡ଼ିକ ଆଜି ଯେତେବେଳେ ଏକକାଳୀନ ଜଳିବ, ଗିନିଜ୍‌ ବୁକ୍ସ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ। ଏହି ଲକ୍ଷ୍ୟରେ ଏତେ ବଡ଼ଧରଣର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।