You are currently viewing ଆସନ୍ତା ମାସରୁ ଆରମ୍ଭ ହେବ ‘ଡୋର ଟୁ ଡୋର’ ଟିକାକରଣ ଅଭିଯାନ 

ଆସନ୍ତା ମାସରୁ ଆରମ୍ଭ ହେବ ‘ଡୋର ଟୁ ଡୋର’ ଟିକାକରଣ ଅଭିଯାନ 

ନୂଆଦିଲ୍ଲୀ-୨୮.୧୦.୨୦୨୧,  ଦେଶକୁ କରୋନାମୁକ୍ତ କରିବା ପାଇଁ ଟିକାକରଣ ସଫଳ ଭାବେ ଜାରି ରହିଛି । ଏହାରି ମଧ୍ୟରେ ଦେଶରେ ୧୦୦ କୋଟି ଟିକାକରଣ ଅଭିଯାନ କିର୍ତ୍ତୀମାନ ସ୍ଥାପନ କରିଛି । ଟିକାକରଣକୁ ବ୍ୟାପକ କରିବାକୁ ଡୋର ଟୁ ଡୋର ଟିକାକରଣ ଅଭିଯାନ ଆରମ୍ଭ କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଏହି ଘୋଷଣା କରିଛନ୍ତି ।
ଏହି ଅଭିଯାନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ । କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବା ଅପେକ୍ଷାରେ ଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ‘ହର୍‌ ଘର୍‌ ଦସ୍ତକ୍‌’ ଯୋଜନାରେ ସ୍ୱାସ୍ଥ୍ୟକର୍ମୀମାନେ ଟିକାକରଣ ତ୍ୱରାନ୍ୱିତ କରାଇବେ । ଏଥିସହ ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେଇ ନାହାନ୍ତି ସେମାନଙ୍କୁ ଘର ପାଖରେ ଏହା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୪୮ ଜିଲ୍ଲାକୁ ଚିହ୍ନଟ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଦେଶରେ ମୋଟ ଜନସଂଖ୍ୟାର ୭୭% ଯୋଗ୍ୟ ବ୍ୟକ୍ତି ପ୍ରଥମ ଡୋଜ୍‌ କୋଭିଡ୍‌ ଟିକା ନେଇଛନ୍ତି । ୩୨% ଲୋକ ଦୁଇଟି ଯାକ ଡୋଜ୍‌ ଟିକା ନେଇସାରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।