You are currently viewing ମା’କୁ ମାରିଲା ନିଶାସକ୍ତ ପୁଅ

ମା’କୁ ମାରିଲା ନିଶାସକ୍ତ ପୁଅ

ରାଞ୍ଚୀ, କୁହାଯାଏ ଯେ ମା’ ହେଉଛି ଜୀବନଦାତ୍ରୀ | କିନ୍ତୁ କଣ ଜନ୍ମ କରିଥିବା ମା’ କୁ କେହି ମାରିପାରେ କି ? ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଳ୍ଲା ଜୋଜୋଗୁଟ ଗାଁରେ | ଖାଦ୍ୟ ଦେବାରେ ବିଳମ୍ବ କରିବାରୁ ନିଶାସକ୍ତ ପୁଅ ମା’କୁ ହତ୍ୟା କରି ଶବ ପୋଡ଼ି ଦେଇଛି |
ସୂଚନା ଅନୁସାରେ, ବ୍ୟକ୍ତି ଜଣକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ | ପରେ ସେ ମାଙ୍କୁ ଖାଦ୍ୟ ଖାଇବା ପାଇଁ ମାଗିଥିଲା | କିନ୍ତୁ ଅତ୍ୟଧିକ ବୟସ ହେବାରୁ ମା’ ଖାଦ୍ୟ ଦେବାରେ ବିଳମ୍ବ କରିଥିଲେ | ଏଥିରେ ପୁଅ ଉତ୍ତେଜିତ ହୋଇ ମା’ଙ୍କୁ ମାଡ଼ ମାରିଥିଲା | ମା’ଙ୍କୁ ହତ୍ୟା କରିବା ପରେ ପୁଅ ଶବକୁ ପୋଡିଦେଇଥିଲା |ଘଟଣା ସଂପର୍କରେ ଗାଁ ଲୋକେ ଜାଣିବା ପରେ ଅଭିଯୁକ୍ତକୁ ବାନ୍ଧିଦେଇଥିଲେ ଓ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।