You are currently viewing ଅନିଲ ଦେଶମୁଖଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କଲା ଇଡି

ଅନିଲ ଦେଶମୁଖଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କଲା ଇଡି

ମୁମ୍ବାଇ, ୦୬/୦୯: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି । ମନି ଲଣ୍ଡିରିଂ ମାମଲାରେ ଅନୀଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲୁକଆଉଟ୍ ନୋଟିସ ଜାରି କରିଛି । ବର୍ତ୍ତମାନ ଦେଶମୁଖ ଦେଶ ଛାଡି ପାରିବେ ନାହିଁ । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଭାବରେ ଦେଶମୁଖ ୧୦୦ କୋଟିରୁ ଅଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସିବିଆଇ ଦ୍ୱାରା ଭ୍ରଷ୍ଟାଚାର ଏବଂ ଅଧିକାରୀ ପଦବୀର ଦୂରୁପଯୋଗ କରିବା ମାମଲାରେ ୨୧ ଏପ୍ରିଲରେ ଦେଶମୁଖ ବିରୋଧରେ ପ୍ରାଥମିକ ମାମଲା ଦାଏର କରିବା ପରେ ଇଡି ଯାଞ୍ଚ ଆରମ୍ଭ କରିଛି । ମନି ଲଣ୍ଡିରିଂ ମାମଲାରେ ହାଜର ହେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନିଲ ଦେଶମୁଖଙ୍କୁ ପାଞ୍ଚୋଟି ନୋଟିସ ଜାରି କରିଥିଲେ । କିନ୍ତୁ ପ୍ରତ୍ୟେକ ଥର ଦେଶମୁଖ ଏବଂ ତାଙ୍କ ଓକିଲଙ୍କ ତରଫରୁ ଏକ ଭିନ୍ନ ଯୁ୍‌କ୍ତି ଦିଆଯାଇଥିଲା । ଏମତି କହି ଦେଶମୁଖ ଇଡି ଆଗରେ ଉପସ୍ଥିତ ହେଉନଥିଲେ । ଇଡି ଅନୁସାରେ ରାଜ୍ୟରେ ଗୃହମନ୍ତ୍ରୀ ଭାବେ ସେବା ପ୍ରଦାନ ସମୟରେ ଅନିଲ ଦେଶମୁଖ କଥିତ ଭାବେ ନିଜ ପଦର ଦୂରୁପଯୋଗ କରି ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ସଚିନ ବାଜେଙ୍କ ଜରିଆରେ ମୁମ୍ବାଇ ବିଭିନ୍ନ ବାର ଏବଂ ରେଷ୍ଟୁରାଣ୍ଟରେ ୪.୭୦ କୋଟି ଟଙ୍କା ହଡପ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।