You are currently viewing ପରିବେଶବିତ ଅଟକ

ପରିବେଶବିତ ଅଟକ

ନୂଆଦୀଲ୍ଲୀ(୧୮.୦୧.୨୩) : ସ୍ୱିଡେନର ଫେମସ ପରିବେଶବିତ ଗ୍ରେଟା ଥନବର୍ଗ ଅଟକ । ଜର୍ମାନୀରେ କୋଇଲା ଖଣି ବିରୋଧରେ ପ୍ରତିବାଦ କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି । ତାଙ୍କ ସହ କେତେଜଣ ବିକ୍ଷୋଭକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗ୍ରେଟା ଥନବର୍ଗ ଜର୍ମାନୀର ଏକ ଗାଁରେ କୋଇଲା ଖଣି ସମ୍ପ୍ରସାରଣ ପାଇଁ ରାସ୍ତା ତିଆରିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ। ତାଙ୍କସହ ଅନ୍ୟ ସମାଜସେବୀ ମଧ୍ୟ ସାମିଲ ଥିଲେ। ଏହି ସମୟରେ ପୁଲିସ ଆସି ସମସ୍ତଙ୍କୁ ଉଠାଇ ନେଇଛି। ଗ୍ରେଟା ଥନବର୍ଗ ସମେତ ସମସ୍ତଙ୍କୁ ଅଟକ ରଖାଯାଇଛି। କାହାକୁ ବି ଔପଚାରିକ ଭାବେ ଗିରଫ କରାଯାଇନି ବୋଲି ପୁଲିସର ଜଣେ ମୁଖପାତ୍ର କହିଛନ୍ତି।ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ହେଲମେଟ୍ ପିନ୍ଧିଥିବା ପୁଲିସ ଅଧିକାରୀମାନେ ଗ୍ରେଟା ଥନବର୍ଗଙ୍କୁ ଧରି ଚଲାଇ ଚଲାଇ ବସ୍ ନିକଟକୁ ନେଉଛନ୍ତି। ଲୁଏଟ୍‌ରାଥ୍‌ଠାରୁ ପ୍ରାୟ ୯ କିଲୋମିଟର୍ ଦୂର କୋଇଲା ଖଣି ନିକଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବ‌େଳେ ଥନବର୍ଗଙ୍କୁ ପୁଲିସ ଧରିଥିଲା। ଅନ୍ୟ ପ୍ରତିବାଦକାରୀମାନଙ୍କ ଗହଣରେ ସେ କୋଇଲା ଖଣି ଧାରରେ ବସି ପ୍ରତିବାଦ ପ୍ରଦର୍ଶନ କରୁଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।