You are currently viewing ୩ ଝିଅକୁ ବିଷ ଦେଇ ମାରିଲା ବାପା

୩ ଝିଅକୁ ବିଷ ଦେଇ ମାରିଲା ବାପା

ପାକିସ୍ତାନ (୨୬.୧.୨୩) : ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲୋକ ଶାରୀରିକ ଏବଂ ମାନସିକ ଚାପରେ ରହୁଛନ୍ତି । ବେରେଜଗାରୀ ଏବଂ ଦରିଦ୍ରତା ଯୋଗୁଁ ଜଣେ ବ୍ୟକ୍ତି ୩ ଜଣ ଝିଅକୁ ବିଷ ଦେଇ ମାରିଛନ୍ତି । ଏହି ଘଟଣାରେ ଗୋଟିଏ ପିଲାର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟମାନେ ଗୁରୁତର ଅଛନ୍ତି । ବିଷ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ତେବେ ଝିଅମାନଙ୍କ ବୟସ ୭, ୧୦, ୧୪ ବର୍ଷ ରହିଛି। ବିଷର ବେଶି ପ୍ରଭାବ ୭ ବର୍ଷର ଝିଅ ଉପରେ ପଡିଛି । ଘଟଣାଟି ଲାହୋରର ରାୟବିଣ୍ଡ ସିଟିର ବୋଲି ଜଣାପଡିଛି।ବ୍ୟକ୍ତି ଜଣକ ବେରୋଜଗାରୀ ଏବଂ ମହଙ୍ଗା ଖାଦ୍ୟପଦାର୍ଥକୁ ନେଇ ଚିନ୍ତାରେ ରହିଥିଲେ । ମାନସିକ ଚିନ୍ତାରେ ଗତି କରୁଥିଲେ । ଏହିସବୁ ଜିନିଷ ପାଇଁ ନିଜ ପରିବାରର ଆବଶ୍ୟକତା ପୂରଣ କରିପାରୁନଥିଲେ । ତେଣୁ ଏଭଳି ନିଷ୍ପତ୍ତି ନେଇଥିଲେ ।ତେବେ ପୀଡିତା ଝିଅଙ୍କ ମା’ ପୋଲିସକୁ କହିଛନ୍ତି, ବିଷ ଦେଇଥିବା ବ୍ୟକ୍ତି ଜଣକୁ ମୋତେ ଏବଂ ମୋ ଦୁଇ ଝିଅକୁ ବାପା ଘରକୁ ପଠାଇ ଦେଇ କିଛି ସମୟରେ ଆସିବାକୁ କହିଥିଲେ । ଏହାପରେ ବ୍ୟକ୍ତି ଜଣକ ଘରେ ଥିବା ୩ ଝିଅ ପାଖକୁ ଘରକୁ ଚାଲିଯାଇଥିଲେ । ମହିଳା ଜଣକ ଜାଣିଥିଲେ, ତାଙ୍କ ସ୍ୱାମୀ ମାନସିକ ଭାବେ ଚିନ୍ତିତ ରହିଥିଲେ । କିନ୍ତୁ ବ୍ୟକ୍ତି ଜଣକ ଯେତିକି ସମୟରେ ଫେରିବାକୁ କହି ଯାଇଥିଲେ, ଆସିନଥିଲେ ବୋଲି ମହିଳାଙ୍କର ସନ୍ଦେହ ହୋଇଥିଲା। ତେଣୁ ସେ ଘରକୁ ଏକା ଫେରିଥିଲେ। ଆଉ ଘରକୁ ଫେରିଲା ପରେ ୧୦ ବର୍ଷର ଝିଅ ବାନ୍ତି କରୁଥିବା ଦେଖିବାକୁ ପାଇଥିଲେ । ଆଉ ବାପା ଜବରଦସ୍ତି ବିଷ ଖାଇବାକୁ ଦେଇଛନ୍ତି ବୋଲି କହିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।