You are currently viewing ସେରମ୍ ଇନଷ୍ଟିଚ୍ୟୁଟରେ ନିଆଁ ଘଟଣା, ୫ ମୃତ

ସେରମ୍ ଇନଷ୍ଟିଚ୍ୟୁଟରେ ନିଆଁ ଘଟଣା, ୫ ମୃତ

ପୁଣେ, ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିବା ଘଟଣାରେ ୫ ଜଣ ମୃତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୁଣେ ମେୟର ମୁରଲୀଧର ମୋହଲ । ସେ କହିଛନ୍ତି ଯେ, ଯବାନ ମାନେ ୫ ଟି ମୃତ ଦେହ ଠାବ କରିଛନ୍ତି ।
କହିରଖୁଛୁ ଯେ, ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରର ନୂଆ ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ବିସିଜି ଟିକା ପ୍ରସ୍ତୁତ ହେଉଥିବା ସମୟରେ ନିଆଁ ଲାଗିଥିଲା । କୋଭିଶିଲ୍ଡ ଉତ୍ପାଦନ ହେଉଥିବା ପ୍ଲାଣ୍ଟରେ ଏହାର ପ୍ରଭାବ ପଡିନଥିଲା । ଦୀର୍ଘ ସମୟ ପରେ ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା ।
ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସେରମ ଇନଷ୍ଟିଚ୍ୟୁଟ ସିଇଓ ।

ଅନ୍ୟମାନଙ୍କୁ ଜଣାନ୍ତୁ।