You are currently viewing ଫୋର୍ବସ ପକ୍ଷରୁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ଜାରି;  ପୁଣି ଭାରତର ସବୁଠୁ ଧନୀ ହେଲେ ମୁକେଶ ଅମ୍ୱାନୀ

ଫୋର୍ବସ ପକ୍ଷରୁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ଜାରି; ପୁଣି ଭାରତର ସବୁଠୁ ଧନୀ ହେଲେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ-୦୬/୦୪, ଫୋର୍ବସ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରାଯାଇଛି । ଫୋର୍ବସର ଏହି ଲିଷ୍ଟରେ ଟେଲସାର ମୁଖ୍ୟ ଏଲନ ମସ୍କ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଜଣାଶୁଣା ଇ-କମର୍ସ କମ୍ପାନୀର ସହ- ପ୍ରତିଷ୍ଠାତା ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଫୋବର୍ସ ଅନୁସାରେ, ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୨୧୯ ଡଲାର ରହିଥିବାବେଳେ ଜେଫ ବେଜୋସଙ୍କ ସମ୍ପତ୍ତି ୧୭୧ ଡଲାର ରହିଛି ।
ସେହିପରି ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଶୀର୍ଷରେ ରହିଛନ୍ତି ମୁକେଶ ଅମ୍ବାନୀ । ରିପୋର୍ଟ ଅନୁସାରେ, ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ଗତ ବର୍ଷ ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇ ୯୦.୭ ବିଲିୟନ ଡଲାର ରହିଛି। ଦ୍ୱିତୀୟ ସ୍ଥ୍‌ାନରେ ରହିଛନ୍ତି ଗୌତମ ଆଦାନୀ, ତାଙ୍କର ମୋଟ ସମ୍ପତ୍ତି ୯୦ ଡଲାର ରହିଛି । ସମଗ୍ର ବିଶ୍ୱ ଧନୀ ଲିଷ୍ଟରେ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ରହିଥିବାବେଳେ ଆଦାନୀ ୧୧ତମ ସ୍ଥାନରେ ରହିଛନ୍ତି । HCL ଟେକ୍ନୋଲଜିର ଅଧ୍ୟକ୍ଷ ଶିବ ନାଦର ୨୮.୭ ବିଲିୟନ ଡଲାରର ସମ୍ପତ୍ତି ସହ ଫୋର୍ବ୍ସ ସୂଚୀର ଶୀର୍ଷ ଦଶ ଜଣ ସୂଚୀର ତୃତୀୟ ସ୍ଥାନରେ ରହିଛନ୍ତି । ସାଇରସ ପୁନାୱାଲା ୨୪.୩ ବିଲିୟନ ଡାଲର ସହ ଚତୁର୍ଥ ସ୍ଥାନରେ ଏବଂ ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ ୨୦ ବିଲିୟନ ଡଲାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
ସେହିପରି ଆର୍ସିଲର ମିତ୍ତଲ କାର୍ଯ୍ୟକାରୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ଷଷ୍ଠ ସ୍ଥାନରେ, ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ୧୭.୭ ବିଲିୟନ ଡଲାର ସହ ସପ୍ତମ ସ୍ଥାନରେ ରହିଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଲମ ବିର୍ଲା ଅଷ୍ଟମ ସ୍ଥାନରେ, ସନ ଫର୍ମାର ପ୍ରମୁଖ ନବମ ସ୍ଥାନରେ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କର ନିର୍ଦ୍ଦେଶର ଉଦୟ କୋଟକ ଦଶମ ସ୍ଥାନରେ ରହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।