You are currently viewing ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲଭରୀ ମ୍ୟାନ

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲଭରୀ ମ୍ୟାନ


ନୂଆଦିଲ୍ଲୀ,୨୫/୦୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ରାଷ୍ଟ୍ରପତି ଅଶରଫ ଗନିଙ୍କ ସମେତ ଅନେକ ବଡ ନେତା ଦେଶ ଛାଡି ପଳାଇଛନ୍ତି । ସେହିପରି ଆଫଗାନିସ୍ତାନ ପୂର୍ବତନ ଆଇଟି ମନ୍ତ୍ରୀ ସଇଦ ଅହମ୍ମଦ ଶାହା ସାଦତ ମଧ୍ୟ ଜର୍ମାନୀରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ସେ ସେଠାରେ ରୋଜଗାର କରିବା ପାଇଁ ପିଜ୍ଜା ଡେଲଭରୀ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ।ସୂଚନା ଅନୁଯାୟୀ, ଆଫଗାନ ଉପରେ ତାଲିବାନ କବ୍‌ଜା କରିବା ସମୟରେ ଅହମ୍ମଦ ମନ୍ତ୍ରୀ ନ ଥିଲେ । ସେ ଏହି ପଦରୁ ୨୦୨୦ ମସିହାରେ ଇସ୍ତଫା ଦେଇଥିଲେ । ସେ ବର୍ତ୍ତମାନ ଜର୍ମାନୀରେ ଅଛନ୍ତି ଏବଂ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଇହା ନ୍ୟୁଜ ଦ୍ୱାରା ଟ୍ୱିଟ୍ ହୋଇଥିବା ଫଟୋରେ ଆପଣ ଦେଖିପାରିବେ ଯେ ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଅହମ୍ମଦ ଶାହା ଜର୍ମାନୀରେ ପିଜ୍ଜା ଡେଲିଭରୀ କରୁଛନ୍ତି । ଯଦିଓ ଏହାକୁ ନେଇ ତାଙ୍କରୂ କୌଣସି ବୟାନ ସାମ୍ନାକୁ ଆସିନି ।

ଅନ୍ୟମାନଙ୍କୁ ଜଣାନ୍ତୁ।