You are currently viewing କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର

କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ ୨୫/୦୧: କରୋନା ପଜିଟିଭ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର । ଏନେଇ ସେ  ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ ସାମାନ୍ୟ ଲକ୍ଷଣ ପାଇବା ପରେ ମୋ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ସେମାନଙ୍କର ପରୀକ୍ଷା କରନ୍ତୁ । ସୂଚନା ଥାଉକ, ଗତ କିଛି ଦିନ ଧରି ଗୌତମ ଗମ୍ଭୀର କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।