You are currently viewing ସନ୍ଧ୍ୟା ୫ଟାରେ ଭାରତୀୟ ଟିମର ବିଜୟ ପରେଡ, ମୁମ୍ବାଇରେ ବିଶାଳ ଆୟୋଜନ

ସନ୍ଧ୍ୟା ୫ଟାରେ ଭାରତୀୟ ଟିମର ବିଜୟ ପରେଡ, ମୁମ୍ବାଇରେ ବିଶାଳ ଆୟୋଜନ

ଏଏନଏସ :  ଟି-୨୦ ବିଶ୍ବକପ ଚାମ୍ପିଅନ ହେଲା ପରେ ଭାରତୀୟ କ୍ରିକେଟ ଟିମ୍ ସ୍ବଦେଶରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ବ୍ରିଗେଡ ଆଜି ପୂର୍ବାହ୍ନରେ ଦିଲ୍ଲୀ ପହଞ୍ଚିଛନ୍ତି। ଏକାଧିକ କାର୍ଯ୍ୟକ୍ରମ ପାଇଁ ପୂରା ଟିମ୍ ଆଜି ବ୍ୟସ୍ତ ରହିବେ। ଏଠାରେ ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଭାରତୀୟ ଟିମ୍ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇ ଅଭିମୁଖେ ବାହାରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲା ପରେ ଭାରତୀୟ ଟିମ୍ ମୁମ୍ବାଇ ଯିବେ। ମୁମ୍ବାଇରେ ବିଜୟ ପରେଡର ଆୟୋଜନ କରାଯାଇଛି।

ଜୟ ଶାହ କହିଛନ୍ତି, ବିଶ୍ବ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିଜୟ ପରେଡ ଆୟୋଜନ କରାଯାଇଛି। ଆମ ସହିତ ଉତ୍ସବ ପାଳନ କରିବା ପାଇଁ ଜୁଲାଇ ୪ ତାରିଖ ସନ୍ଧ୍ୟା ୫ଟାରେ ମେରିନ ଡ୍ରାଇଭ୍ ଓ ୱାଙ୍ଖେଡେ ଷ୍ଟାଡିୟମ ପହଞ୍ଚନ୍ତୁ।

ସେହିପରି ବିଜୟ ପରେଡ ନେଇ ଚାମ୍ପିଅନ ଅଧିନାୟକ ରୋହିତ ଶର୍ମା ଭାବୁକ ହୋଇଛନ୍ତି। ସେ ଅପିଲ କରିଛନ୍ତି, ଆମେ ଆପଣ ସମସ୍ତଙ୍କ ସହିତ ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛେ। ଏଥି ପାଇଁ ଜୁଲାଇ ୪ ତାରିଖ ଦିନ ସନ୍ଧ୍ୟା ୫ଟାରେ ମେରିନ ଡ୍ରାଇଭ ଓ ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପରେଡ ସହିତ ବିଜୟର ଉତ୍ସାହ ପାଳନ କରାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।