You are currently viewing ସହଜରେ ହେବ ଟ୍ୟାକ୍ସ ମାମଲାର ଶୁଣାଣି

ସହଜରେ ହେବ ଟ୍ୟାକ୍ସ ମାମଲାର ଶୁଣାଣି

ନୂଆଦିଲ୍ଲୀ (୨୪.୧୧.୨୨) : କରଦାତାଙ୍କ ସଂଖ୍ୟା ବଢାଇବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି । ଅଧିକରୁ ଅଧିକ ଲୋକଙ୍କୁ ଆଣିବା ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ବର୍ତ୍ତମାନ ଦେଶରେ ଯେଉଁ ଟ୍ୟାକ୍ସ ମାମଲା ବାକି ରହିଛି ତାହା ସରକାରଙ୍କ ସହ କୋର୍ଟ ପାଇଁ ଅସୁବିଧାର କାରଣ ହୋଇରହିଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ଆସନ୍ତା ସପ୍ତାହରୁ କେବଳ ଟ୍ୟାକ୍ସ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବେ। ଏହି ସ୍ପେଶାଲ ଟିମ୍ ସପ୍ତାହରେ ଦୁଇ ଦିନ ବୁଧବାର ଏବଂ ଶୁକ୍ରବାର କେବଳ ଟ୍ୟାକ୍ସ ମାମଲାର ଶୁଣାଣି କରିବେ।  ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଟ୍ୟାକ୍‌ସ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ବେଞ୍ଚ ହେବ।ବରିଷ୍ଠ ଆଡଭୋକେଟ୍ ଅଭିଷେକ ଏ ରସ୍ତୋଗୀଙ୍କ ଅନୁଯାୟୀ ଲଗାତାର ଭାବରେ ପେଣ୍ଡିଂ ଟ୍ୟାକ୍ସ ମାମଲା ଲଗାତାର ବଢ଼ୁଛି। ସରକାର ଟ୍ୟାକ୍ସ ସିଷ୍ଟମରେ ପାରଦର୍ଶିତା ଚାହୁଛନ୍ତି। ଏଥିପାଇଁ ପେଣ୍ଡିଂ ରହିଥିବା ମାମଲାକୁ ଯଥାଶୀଘ୍ର ସମାଧାନ  କରିବ ଦରକାର। ଏହାଦ୍ବାରା କରାଦାତାଙ୍କ ସଂଖ୍ୟା ବଢ଼ିବାରେ ସାହାଯ୍ୟ ହେବ। ଏହା ସହ ଯେଉଁମାନଙ୍କର ଟ୍ୟାକ୍ସ ମାମଲା ଲମ୍ବା ସମୟରୁ ପେଣ୍ଡିଂ ରହିଛି ତାହାର ସମାଧାନ ହୋଇପାରିବ।ସୁପ୍ରିମକୋର୍ଟ ତରଫରୁ ଗଠିତ ଏହି ସ୍ବତନ୍ତ୍ର ବେଞ୍ଚ ସପ୍ତାହକୁ କେବଳ ଦୁଇ ଦିନ ବୁଧବାର ଏବଂ ଶୁକ୍ରବାର କାମ କରିବ। ଏହି ଦୁଇ ଦିନରେ ସ୍ବତନ୍ତ୍ର ବେଞ୍ଚ୍‌ କେବଳ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟ୍ୟାକ୍ସ ସମ୍ବନ୍ଧୀୟ ମାମଲାର ସମାଧାନ କାମ କରିବେ। ପ୍ରକୃତରେ ଦେଶରେ ଏଭଳି ଅନେକ ଟ୍ୟାକ୍ସ ମାମଲା ପେଣ୍ଡିଂ ରହିଛି ଯାହାର ସିଧାସଳଖ ପ୍ରଭାବ ଦେଶର ବିକାଶ ଏବଂ ସାଧାରଣ ଜନତା ଉପରେ ପଡ଼ିଥାଏ। ଏହି ନିଷ୍ପତ୍ତି ପରେ ଆଶା କରାଯାଉଛି ଯେ ଏହି ମାମଲାର ଶୁଣାଣି ଖୁବ୍‌ଶୀଘ୍ର ହୋଇପାରିବ। ଏନେଇ ଖୁବ୍‌ଶୀଘ୍ର ରୋଷ୍ଟର ଜାରିହେବା ନେଇ କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।