homeminister

ଗୁଜରାଟ ଗାନ୍ଧୀନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏଏନଏସ: ଗୁଜରାଟର ଗାନ୍ଧୀନଗରରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ସମୟରେ ଶ୍ରୀ ଶାହଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ଥର ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୋନଲ ପଟେଲ ପ୍ରତିଦ୍ବନ୍ଦିତା କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ୫ ଲକ୍ଷ ୫୦- ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଏଥର ଗୁଜରାଟ ଲୋକସଭାର ସମସ୍ତ ୨୬ ସିଟରେ ଗୋଟିଏ ଦିନରେ ମତଦାନ ହେବ। ଗାନ୍ଧୀ ନଗର ସବୁବେଳେ ବିଜେପିର ଗଡ଼ ହୋଇ ରହି ଆସିଛି। ୧୯୮୯ ମସିହାରୁ ବିଜେପି ଏଠାରେ ବିଜୟ ହାସଲ କରିଆସୁଛି। ଏହି ଆସନରୁ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। 

ଅନ୍ୟମାନଙ୍କୁ ଜଣାନ୍ତୁ।