You are currently viewing ଏପ୍ରିଲରେ ଅଧା ମାସ ବ୍ୟାଙ୍କ ବନ୍ଦ

ଏପ୍ରିଲରେ ଅଧା ମାସ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ, ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଛୁଟି ଦିନ ଗୁଡିକୁ ହିସାବ କରି ବାକି ଦିନଗୁଡିକରେ ନିଜ ନିଜର କାମ ଶେଷ କରିବାକୁ ପଡିବ । ମାର୍ଚ୍ଚ ୩୧ ତାରିଖରେ ଆର୍ଥିକ ବର୍ଷ ଶେଷ ହେଉଛି ତେଣୁ ଗ୍ରାହକଙ୍କ ସହ ଜଡିତ କାମ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ ତାରିଖରେ ବନ୍ଦ ରହିବ । ତେବେ ସବୁ ରାଜ୍ୟରେ ସମାନ ବ୍ୟାଙ୍କ ଛୁଟି ରହିବ ନାହିଁ କାରଣ କିଛି ରାଜ୍ୟରେ କିଛି ପର୍ବପର୍ବାଣି ପାଳନ କରାଯାଇନଥାଏ ।
ତେବେ ଚାଲନ୍ତୁ ଜାଣିବା ଏପ୍ରିଲ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ –
ଏପ୍ରିଲ ୧- ଗୁରୁବାର – ଉତ୍କଳ ଦିବସ (ଓଡିଶା) ବ୍ୟାଙ୍କ ଗୁଡିକର ବାର୍ଷିକ ଆକାଉଣ୍ଟ କ୍ଲୋଜିଂଗ
ଏପ୍ରିଲ ୨- ଶୁକ୍ରବାର – ଗୁଡ଼ ଫ୍ରାଇଡେ
ଏପ୍ରିଲ ୪- ରବିବାର – ଇଷ୍ଟର ପର୍ବ
ଏପ୍ରିଲ ୫- ସୋମବାର – ବାବୁ ଜଗଜୀବନ ରାମ ଜୟନ୍ତୀ
ଏପ୍ରିଲ ୬- ମଙ୍ଗଳବାର – ତାମିଲନାଡୁରେ ବିଧାନସଭା ନିର୍ବାଚନ
ଏପ୍ରିଲ ୧୦- ଶନିବାର – ଦ୍ୱିତୀୟ ଶନିବାର
ଏପ୍ରିଲ ୧୧- ରବିବାର – ରବିବାର ଛୁଟି
ଏପ୍ରିଲ ୧୩- ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୈଶାଖ, ଗୁଡ଼ି ପାଡୱା
ଏପ୍ରିଲ ୧୪- ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ତାମିଲ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି, ଅଶୋକଙ୍କ ଜନ୍ମ ଜୟନ୍ତୀ
ଏପ୍ରିଲ ୧୫- ଗୁରୁବାର – ହିମାଚଳ ଦିବସ, ବଙ୍ଗାଳି ନବବର୍ଷ, ବିଶୁ, ସରହୁଲ
ଏପ୍ରିଲ ୧୬- ଶୁକ୍ରବାର – ବୋହାଗ ବିହୁ
ଏପ୍ରିଲ ୧୮- ରବିବାର – ରବିବାର ଛୁଟି
ଏପ୍ରିଲ ୨୧- ବୁଧବାର – ରାମ ନବମୀ, ଗରୀୟା ପୂଜା
ଏପ୍ରିଲ ୨୪- ଶନିବାର – ଚତୁର୍ଥ ଶନିବାର
ଏପ୍ରିଲ ୨୫- ରବିବାର – ମହାବୀର ଜୟନ୍ତୀ

ଅନ୍ୟମାନଙ୍କୁ ଜଣାନ୍ତୁ।