You are currently viewing ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ- ଟ୍ରମ୍ପ

ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ- ଟ୍ରମ୍ପ

ୱାଶିଂଟନ୍‌(11.9.22): ଭାରତ ଆଉ ଆମେରିକା ସବୁଠୁ ଭଲ ବନ୍ଧୁ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ଇଣ୍ଟରଭ୍ୟୁରେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ଏପରି କହିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ନାରା ସହିତ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାଖ୍ୟା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ସେ ହିନ୍ଦୀରେ କହିଥିଲେ, ‘ଭାରତ ଏବଂ ଆମେରିକା ସବୁଠୁ ଭଲ ବନ୍ଧୁ ବା ସବ୍‌ସେ ଅଚ୍ଛା ଦୋସ୍ତ।’

ଅନ୍ୟମାନଙ୍କୁ ଜଣାନ୍ତୁ।