You are currently viewing ଆଜିଠୁ ଭାରତ-ଜିମ୍ବାୱେ ଟି-20 ଶୃଙ୍ଖଳା : ମୂଳପୋଛ ଲକ୍ଷ୍ୟରେ ନୂଆ ଅଧିନାୟକ ଗିଲ

ଆଜିଠୁ ଭାରତ-ଜିମ୍ବାୱେ ଟି-20 ଶୃଙ୍ଖଳା : ମୂଳପୋଛ ଲକ୍ଷ୍ୟରେ ନୂଆ ଅଧିନାୟକ ଗିଲ

ଏଏନଏସ : ଭାରତୀୟ କ୍ରିକେଟ ଦଳ 5ମ୍ୟାଚ ବିଶିଷ୍ଟ ଟି-20 ଶୃଙ୍ଖଳା ଖେଳିବା ଲାଗି ଜିମ୍ବାୱେ ଗସ୍ତରେ ଅଛି। ଏହି ଶୃଙ୍ଖଳା ଆଜିଛୁ ଆରମ୍ଭ ହେବାକୁ ଯାଉଛି । ଟି-20 ବିଶ୍ବକପରେ ସଫଳତା ପରେ ଭାରତୀୟ ଟିମର ମନୋବଳ ଦୃଢ ରହିଛି, ଗିଲଙ୍କ ନେତୃତ୍ବରେ ସିରିଜ୍ ମୂଳପୋଛ ପାଇଁ ଲକ୍ଷ୍ୟ ରଖିଛି ଦଳ।

ତେବେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ବବିଜେତା ଦଳ କୌଣସି ଖେଳାଳି ଖେଳିବେ ନାହିଁ ବୋଲି ଜଣାପଡିଛି। ଦଳର ସମସ୍ତ ବରିଷ୍ଠ ଖେଳାଳି ମାନଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ ଲକ୍ଷ୍ମଣଙ୍କ ତତ୍ବାବଧାନରେ ପଡିଆ ଓହ୍ଲାଇବ ଭାରତୀୟ ଦଳା ଅଧିନାୟକ ଭାବେ ଶୁଭମନ୍ ଗିଲ ଆଇପିଏଲରେ ନିଜର ଦକ୍ଷତା ଦେଖାଇସାରିଥିବା ବେଳେ ଏହି ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଟି-20 ଫର୍ମାଟରୁ ଅବସର ନେବା ପରେ ଏହି ଶୃଙ୍ଖଳାରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛିା

 

ଅନ୍ୟମାନଙ୍କୁ ଜଣାନ୍ତୁ।