You are currently viewing ମାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅକୁ ଆଜୀବନ କାରାଦଣ୍ଡ

ମାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅକୁ ଆଜୀବନ କାରାଦଣ୍ଡ

ମୁମ୍ବାଇ-୦୨.୦୨.୨୦୨୨, ଯୌନ ରାକ୍ଷସ ପୁଅକୁ ଆଜୀବନ କାରାଦଣ୍ଡାଦେଶ । ନିଜ ମାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ମହରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲା  ସେସନ୍ସ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଏହାସହ ଅଭିଯୁକ୍ତକୁ  ୨୦୦୦ ଟଙ୍କା ଅତିରିକ୍ତ ଜରିମାନା କରିଛନ୍ତି କୋର୍ଟ । ସେହିପରି ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏହି ଘଟଣା ଗତ ବର୍ଷ ଘଟିଥିଲା । ରାୱନବାଡି ପୋଲିସ ଘଟଣାର ତଦନ୍ତ କରି କୋର୍ଟରେ ସମସ୍ତ ପ୍ରମାଣ ପତ୍ର ଦାଖଲ କରିଥିଲେ ।  ଗତ ଜାନୁଆରୀ ୧୦ରେ କୋର୍ଟରେ ସାକ୍ଷ ପ୍ରମାଣ ପରୀକ୍ଷା କରାଯାଇଥିଲା।  ଜାନୁଆରୀ ୨୪ରେ ଅଭିଯୁକ୍ତର ବୟାନ ରେଡ଼ର୍କ କରାଯାଇଥିଲା।ଏହି ସବୁ ପ୍ରମାଣ ଯାଞ୍ଚ କରିବା ପରେ କୋର୍ଟ ଏପରି ଦଣ୍ଡାଦେଶ ଶୁଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।