You are currently viewing ଜନ୍‌ସନ୍‌ ଟିକାକୁ ଭାରତର ମିଳିଲା ଅନୁମତି

ଜନ୍‌ସନ୍‌ ଟିକାକୁ ଭାରତର ମିଳିଲା ଅନୁମତି


ନୂଆଦିଲ୍ଲୀ ,୦୭/୦୮: ଆମେରିକା ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ବିଶିଷ୍ଟ ଟିକାକୁ ଭାରତରେ ଅନୁମତି ମିଳିଛି । ଫଳରେ ଭାରତରେ ଏହା ଚତୁର୍ଥ ଭାକସିନ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍‌ସୁକ୍ ମାଣ୍ଡଭୀୟ ଟ୍ୱିଟ୍ ଯୋଗେ ଜଣାଉଛନ୍ତି । ଗତକାଲି ଏହାର ବ୍ୟବହାର ନେଇ ଅନୁମତି ମଗାଯାଇଥିଲା । ଏହି ସିଙ୍ଗିଲ ଡୋଜ ଟିକା ଭାରତ ଓ ବିଶ୍ୱର ଅନ୍ୟ ଦେଶରେ କରୋନା କ୍ଷେତ୍ରରେ ମାଇଲ ଖୁଣ୍ଟ ସୃଷ୍ଟି କରିବ ବୋଲି କମ୍ପାନୀ କହିଛି । ଜନସନ ଆଣ୍ଡ ଜନସନର ଓ ବାୟୋଲୋଜିକାଲ ଇ ସହଭାଗୀତାରେ ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଟିକାର ୩ୟ ଷ୍ଟେଜ ଟେଷ୍ଟ ପରେ ଏହି ସିଙ୍ଗଲଡୋଜ୍ ଟିକା ୮୫ % ସଫଳ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।