You are currently viewing କାବୁଲ ଏୟାରପୋର୍ଟରେ ରକେଟ ମାଡ ବିଫଳ କଲା ଆମେରିକା

କାବୁଲ ଏୟାରପୋର୍ଟରେ ରକେଟ ମାଡ ବିଫଳ କଲା ଆମେରିକା

କାବୁଲ- ୩୦.୦୮.୨୦୨୧, ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ପୁଣି ରକେଟ ମାଡ଼ ଉଦ୍ୟମ । ଆମେରିକାର ସୈନ୍ୟ ଓ ନାଗରିକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀ ୫ଟି ରକେଟ ଛାଡ଼ିଥିବା ସୂଚନା, ସମସ୍ତ ରକେଟକୁ ଅଧାବାଟରେ ଧ୍ବଂସ କଲା ଆମେରିକା । ସ୍ବତନ୍ତ୍ର ପ୍ରତିରକ୍ଷା ବୈଷୟିକ କୌଶଳରେ ଧ୍ବଂସ କରାଗଲା ରକେଟ । ତେବେ ଆଉ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ କଲା ଆମେରିକା ।
ସୂଚନାଅନୁସାରେ, ଆଜି ସକାଳ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଥିଲା । ରକେଟ ମାଡ଼ ପରେ ବିମାନବନ୍ଦର ନିକଟରେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା ।

ଅନ୍ୟପଟେ ଏବେ ଆଫଗାନିସ୍ତାନର ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ତେବେ ସରକାରୀ ଭାବେ ଆମେରିକାର ସୈନ୍ୟ ପ୍ରତ୍ୟାହାରର ଆସନ୍ତାକାଲି ହେଉଛି ଡେଡ୍‌ଲାଇନ। ସେପଟେ ଆଫଗାନିସ୍ତାନ ଛାଡ଼ିବା ପାଇଁ ଚାହିଁବସିଛନ୍ତି ହଜାର ହଜାର ଲୋକ। ତେବେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏଠିକାର ସ୍ଥିତି କ’ଣ ହେବ ସେ ନେଇ ଭୟଭୀତ ଆଫଗାନବାସୀ। ।

ଅନ୍ୟମାନଙ୍କୁ ଜଣାନ୍ତୁ।