Kedarnath-Dham

ଖୋଲିଲା କେଦାରନାଥ ମନ୍ଦିର: ପ୍ରଥମ ଦିନରେ ଦର୍ଶନ କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

ଏଏନଏସ: ଅକ୍ଷୟ ତୃତୀୟା ଦିନରୁ ପ୍ରତିକ୍ଷିତ ଚାରିଧାମ ଯାତ୍ରା ଆରମ୍ଭ ହେବା ସହ ଭକ୍ତଙ୍କ ପାଇଁ ଖୋଲଛି ଉତ୍ତରଭାରତର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର   । ମନ୍ତ୍ର ଉଚ୍ଚାରଣ, ବେଦପାଠ ଓ ବିଧି ବିଧାନ ଅନୁଯାୟୀ ସକାଳ ୭ଟାରୁ ବାବା କେଦାରନାଥଙ୍କ ପହୁଡ଼ ଫିଟିଛି । ମନ୍ଦିର ପରିସରକୁ ୪୦ କ୍ୱିଂଟାଲ ଫୁଲରେ ସଜା ଯାଇଥିବା ବେଳେ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଛି । ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ କେଦାରନାଥ ଧାମରେ ପହଁଚି ବାବାଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୂରା ଅଂଚଳରେ ଭକ୍ତିମୟ ପରିବେଶ ଖେଳିଯାଇଛି।

ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଚାରିଧାମ ଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ବିଶ୍ରାମ ପାଇଁ ବେଂଚ ତିଆରି କରାଯାଇଥିବା ବେଳେ ବର୍ଷା ଓ ତୁଷାରପାତକୁ ଦୃଷ୍ଟିରେ ରଖାଯାଇ ସ୍ୱତନ୍ତ୍ର ଅସ୍ଥାୟୀ ଛାତ ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୨ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଚାରିଧାମ ଯାତ୍ରା ପାଇଁ ପଂଜୀକରଣ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।