You are currently viewing ଆରପାରିରେ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ

ଆରପାରିରେ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ

ନୂଆଦିଲ୍ଲୀ ୧୭/୦୧: ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ନାତି ସ୍ଵରାନ୍ସ ମିଶ୍ରା ଟୁଇଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ।ଏକ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପରିବାରର ସଦସ୍ୟ ଭାବେ ସେ କଥକ ନୃତ୍ୟକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ସେ ଜଣେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଗାୟକ ଏବଂ ରଚନା ଥିଲେ ।

ସୂଚନା ଅନୁଯାୟୀ , ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ରାତିରେ ନିଜର ନାତି ସହିତ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ଆଗରୁ ପଣ୍ଡିତ ବିରଜୁ ମହାରାଜ କିଡନି ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କର ଡାଇଲିସିସ୍ କରାଯାଉଥିଲା।

୧୯୮୩ ମସିହାରେ ପଦ୍ମଭୂଷଣରେ ପୁରସ୍କୃତ ହୋଇଥିବା ବିରଜୁ ମହାରାଜ ମଧ୍ୟ ଅନେକ ବଲିଉଡ ଚଳଚ୍ଚିତ୍ରରେ କୋରିଓଗ୍ରାଫ୍ ଡ୍ୟାନ୍ସ କରିଥିଲେ ।ସେ ୨୦୧୨ରେ ‘ଉନ୍ନାନି କାନାଥୁ’ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ୨୦୧୬ରେ ‘ବାଜିରାଓ ମସ୍ତାନି’ ଚଳଚ୍ଚିତ୍ରର ‘ମୋହେ ରଙ୍ଗ ଦୋ ଲାଲ୍ଟ୍ଟ’ ଗୀତର ନୃତ୍ୟ ସଂଯୋଜନା ଲାଗି ତାଙ୍କୁ ଫିଲ୍ମ ଫେୟାର ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗ ପରେ ଅନେକ ଅଭିନେତା ଅଭିନେତ୍ରୀ ଓ ଗାୟକ ଗାୟିକାମେନ ଶୋକ ବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।