You are currently viewing ମା କୋଳରେ ଚାଲିଗଲା ଜୀବନ

ମା କୋଳରେ ଚାଲିଗଲା ଜୀବନ

ମଧ୍ୟପ୍ରଦେଶ(୧.୯.୨୨) : ଡାକ୍ତରଙ୍କ ଅବହେଳା ଯେଗୁଁ ମା’ କୋଳରେ ଜୀବନ ହାରିଲା ଶିଶୁ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ତେବେ ସଞ୍ଜୟ ପାଣ୍ଡେ ନାମକ ଜଣେ ବ୍ୟକ୍ତି ତାଙ୍କ ଶିଶୁକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । କିନ୍ତୁ ସେଠାରେ ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଡାକ୍ତର କିମ୍ବା କୌଣସି ଡାକ୍ତରୀ ଅଧିକାରୀ ଆସି ନଥିଲେ । କିମ୍ବା ଚିକିତ୍ସା କରି ନ ଥିଲେ । ଶିଶୁଟିର ପିତାମାତାଙ୍କ ଉପସ୍ଥିତିରେ ଶିଶୁର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦଖାଦେଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କୁ ଏହାର କାରଣ ପଚରାଯିବାରୁ ସେ ଘଟଣାକୁ ଏଡାଇ ଦେବା ସହ ଏଥିାଇଁ ତାଙ୍କ ମାଙ୍କୁ ଦାୟୀ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।