You are currently viewing ଛେଳି ବଦଳରେ ମଣିଷ ବଳି

ଛେଳି ବଦଳରେ ମଣିଷ ବଳି

ନୂଆଦିଲ୍ଲୀ ୧୮/୦୧:  ବଳି ବେଳେ ଅଘଟଣ। ମଦନିଶାରେ ଛେଳି ବଦଳରେ ମଣିଷ ବଳି। ନିକଟରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଛେଳି ବଳି ଦିଆଯାଉଥିଲା, କିନ୍ତୁ ବଳି ପକାଇବା ସମୟରେ ଛେଳିକୁ ଧରିଥିବା ବ୍ୟକ୍ତିଙ୍କ ବେକ କାଟି ଦେଇଛନ୍ତି।

ସୂଚନା ଅନୁଯାୟୀ  ଚିତ୍ତୋରର ବଲସାପଲ୍ଲେରେ ଆଖପାଖର ଲୋକମାନେ ପ୍ରତିବର୍ଷ ସଂକ୍ରାନ୍ତି ଉତ୍ସବ ସମୟରେ ପଶୁମାନଙ୍କୁ ବଳିଦାନ କରି ସ୍ଥାନୀୟ ୟେଲାମା ମନ୍ଦିରରେ ଉତ୍ସର୍ଗ କରନ୍ତି। ସବୁଥର ପରି, ଏଥର ମଧ୍ୟ ଏହି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେଉଥିଲା।  ଏହି କାର୍ଯ୍ୟକ୍ରମ ପାଇଁ ଗୋଟିଏ ଛେଳି ଅଣାଯାଇଥିଲା ଏବଂ ବଳି ଦିଆଯାଉଥିଲା । ତେବେ ଚାଲାପଥି ବଳି ପକାଇବା ଦିନ ମଦ ନିଶାରେ ପୂରା ମାତାଲ ଥିଲେ। ପୂଜା ପରେ ଯେତେବେଳେ ବଳି ପକାଇବା ସମୟ ଆସିଥିଲା ସେତେବେଳେ ଚାଲାପଥି ଛେଳି ଜାଗାରେ ସୁରେଶର ବେକ କୁ କାଟି ଦେଇଥିଲା ଅଭିଯୁକ୍ତ । ପୋଲିସ୍ କହିବାନୁସାରେ, ଅଭିଯୁକ୍ତ ଜଣକ ନିଶାରେ ଥିଲା । ଫଳରେ କାଟିବାକୁ ଥିବା ଅସ୍ତ୍ରରେ ଛେଳି ବଦଳରେ ସୁରେଶର ବେକକୁ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ସୁରେଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ଅନ୍ୟପଟେ ପୋଲିସ କହିଛି ଯେ ନିଶା ସେବକ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।