manipur

ମଣିପୁର ଭାଇରାଲ ଭିଡିଓର ହେବ ସିବିଆଇ ତଦନ୍ତ


ନୂଆଦିଲ୍ଲୀ: ମଣିପୁରରେ ମେ’ ୪ ତାରିଖରେ କୁକୀ ସସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରି ଚଲାଇବା ପରେ ସେମାନଙ୍କ ସହ ଗଣଦୁଷ୍କର୍ମ କରାଯିବା ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛି କେନ୍ଦ୍ ସରକାର ।

ଆଜି ଏହି ବିଷୟରେ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ । କେନ୍ଦ୍ର ସରକାର ଏହି ଘଟଣାର ଶୁଣାଣି ରାଜ୍ୟ ବାହାରେ କରାଇବା ଲାଗି ସୁପ୍କିମକୋର୍ଟଙ୍କ ଠାରୁ ଅନୁମତି ଲୋଡିଛନ୍ତି । ଯେତେଦୂର ସମ୍ଭବ ପଡୋଶି ଆସାମର କୌଣସି କୋର୍ଟରେ ମାମଲାର ଶୁଣାଣି ହୋଇପାରେ । ଏହି ଭିଡିଓ ଜୁଲାଇ ୧୯ରେ ସମ୍ନାକୁ ଆସିଥିଲା । ମଣିପୁର ଘଟଣାକୁ ନେଇ ସଂସଦରେ ମଧ୍ୟ ଖୁବ୍ ହଙ୍ଗାମା ହୋଇଛି । ବିରୋଧି ଦଳଙ୍କ ମେଣ୍ଟ ଇଣ୍ଡିଆ ପଏକ ଟିମ୍ ଆସନ୍ତା ୨୯ ତାରିଖରେ ମଣିପୁର ପଠାଇବା ପାଇଁ ସ୍ଥିକ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।