You are currently viewing ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

ଏଏନ୍ଏସ୍: ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଛାତଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କୁ ଏକ ଭୟଙ୍କର ଶବ୍ଦ ଶୁଣାଯାଇଥିଲା । ଏନେଇ ପୋଲିସ ଓ ଉଦ୍ଧାରକାରୀ ଦଳ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତାହତମାନଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ଅନ୍ୟ କେହି ଘର ଭିତରେ ଫସିରହିଥା’ନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।