You are currently viewing ସଂସଦରେ ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ

ସଂସଦରେ ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ

ଏଏନଏସ୍: କିଛିଦିନ ହେବ ବିରୋଧୀଙ୍କ ଦାବି ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ଆସି ନିଜର ବିବୃତି ରଖିଛନ୍ତି। ଏହି କ୍ରମରେ ସେ ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରିବା ସହ କେନ୍ଦ୍ର ସରକାରଙ୍କ ସଫଳତା ବାବଦରେ ମଧ୍ୟ ବଖାଣିଛନ୍ତି।ଲୋକସଭାରେ ବିପକ୍ଷଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି। ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି ବୋଲି କହି ବିରୋଧୀଙ୍କୁ ଛିଗୁଲେଇଲେ ପ୍ରଧାନମନ୍ତ୍ରୀ। ଏଥିସହ ମୋଦୀ ଏହାମଧ୍ୟ କହିଛନ୍ତି, ୨୦୧୮ରେ ବିରୋଧୀ ଅନାସ୍ଥା ଆଣିଥିଲେ, ତାପରେ ୫ ବର୍ଷ ସମୟ ଦେଲି। ତଥାପି ପ୍ରସ୍ତୁତ ହୋଇପାରିଲେନି।

ବିରୋଧୀ ଦଳ ଯେତେ ଥର ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି NDA କୁ ସେତେ ଶୁଭ ଫଳ ମିଳୁଛି। ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିବା ପରେ ମଧ୍ୟ NDA ରେକର୍ଡ ସଂଖ୍ୟକ ସିଟ୍ ପାଇଥିଲା। ଅର୍ଥାତ ୨୦୨୪ରେ ବି ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ।

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ବି କଟାକ୍ଷ କଲେ ମୋଦି। କହିଲେ ଗତଥର ସେ ଗର୍ଜୁଥିଲେ, ଏଥର କାହିଁକି ଚୁପ୍ ବସିଛନ୍ତି। କିଛି କହୁନାହାନ୍ତି ଅଧୀର ବାବୁ, କୋଲକାତାରୁ କିଛି ଫୋନ କଲ୍ ଆସିନି କି? ଅଧୀର ବାବୁଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ ବୋଲି କହି ତାତ୍ସଲ୍ୟ କରିଛନ୍ତି ମୋଦି।

ମୋଦି ଆହୁରି କହିଛନ୍ତି ବିରୋଧୀଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତାର ଭୋକ ଘାରିଛି। ଯୁବବର୍ଗ କେମିତି ରୋଜଗାର ପାଇବେ ସେ ଚିନ୍ତା କରୁନାହାନ୍ତି, କିନ୍ତୁ ୟାଙ୍କୁ ରାଜନୀତି ଚିନ୍ତା ଘାରିଛି। ଗତ ଥର ଫ୍ଲୋର ଟେଷ୍ଟ ବେଳେ ବିରୋଧୀଙ୍କ ପାଖରେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ତାଙ୍କୁ ମିଳିନଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।