You are currently viewing ଭାରତୀୟ ଧନୀ ତାଲିକାର ପ୍ରଥମରେ ମୁକେଶ ଅମ୍ବାନୀ , ଦ୍ବିତୀୟରେ ଗୌତମ ଅଦାନୀ

ଭାରତୀୟ ଧନୀ ତାଲିକାର ପ୍ରଥମରେ ମୁକେଶ ଅମ୍ବାନୀ , ଦ୍ବିତୀୟରେ ଗୌତମ ଅଦାନୀ

ନୂଆଦିଲ୍ଲୀ-୦୭.୧୦.୨୦୨୧, ଫୋବର୍ସ ପତ୍ରିକାର ୧୦୦ ଭାରତୀୟ ଧନୀ ତାଲିକା ପ୍ରକାଶ ପାଇଯାଇଛି । ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ରହିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ସେ କ୍ରମାଗତ ୧୪ତମ ବର୍ଷ ପାଇଁ ଫୋର୍ବସ ଟପ୍‌ ୧୦୦ ଧନୀ ବ୍ୟକ୍ତି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୯୨ ଦଶମିକ ୭ ବିଲିୟନ ୟୁଏସଡି । ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୧୩ ବିଲିୟନ ଡଲାର ବା ପ୍ରାୟ ୯.୭୨ ଲକ୍ଷ କୋଟି ଟଙ୍କା ବଢ଼ିଛି ।

ସେହିପରି ଫୋବର୍ସ ପତ୍ରିକାର ୧୦୦ ଭାରତୀୟ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ, ତାଙ୍କ ସମ୍ପତ୍ତିର ପରିମାଣ ୭୪ ଦଶମିକ ୮ ବିଲିୟନ ୟୁଏସଡି ରହିଛି । ୩୧ ବିଲିୟନ ଆମେରିକୀୟ ଡଲାର ସହ ତୃତୀୟରେ ଶିବ ନାଦାର ଏବଂ ୨୯ ଦଶମିକ ୪ ବିଲିୟନ ସହ ତାଲିକାର ଚତୁର୍ଥରେ ରହିଛନ୍ତି ରାଧାକିଷମ ଦମାନୀ । ପଞ୍ଚମରେ ରହିଛନ୍ତି ସାଇରସ ପୁନଓ୍ୱାରା, ମୋଟ ସମ୍ପତ୍ତିର ପରିମାଣ ୧୯ ବିଲିୟନ ୟୁଏସଡି। ଷଷ୍ଠରେ ରହିଛନ୍ତି ଲକ୍ଷ୍ଣୀ ମିତ୍ତଲ, ସପ୍ତମରେ ସାବିତ୍ରୀ ଜିନ୍ଦଲ, ଅଷ୍ଟମରେ ଉଦୟ କୋଟାକ, ନବମରେ ରହିଛନ୍ତି ପଲୋନଜି ମିସ୍ତ୍ରୀ, ଦଶମରେ କୁମାର ବିର୍ଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।