You are currently viewing ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ (୧୩.୯.୨୨) : ପରବର୍ତ୍ତି ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନ୍‌ଜୀବୀ ମୁକୁଲ ରୋହତଗୀ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ଏହା ପୂର୍ବରୁ ସେ ଜୁନ ୨୦୧୪ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତି ହୋଇଥିଲେ । ଜୁନ୍ ୨୦୧୭ ପର୍ଯ୍ୟନ୍ତ ସେ ତାଙ୍କର କାର୍ଯ୍ୟ ଭାର ତୁଲାଇଥିଲେ । ଏବେ ସେ ଦ୍ୱିତୀୟ ଥର ପାଇଁ ସେ ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ । ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ ସେ କାର୍ଯ୍ୟ ଭାର ସମ୍ଭାଳିବେ । ବେଣୁଗୋପାଳଙ୍କ କାର୍ଯ୍ୟଭାର ସେପ୍ଟେମ୍ବର ୩୦ରେ ଶେଷ ହେବ । ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବେର୍ଷେ ବଢାଇବାକୁ କହିଥିଲେ ସରକାର । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇ ନଥିଲେ । ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି ।     

ଅନ୍ୟମାନଙ୍କୁ ଜଣାନ୍ତୁ।