You are currently viewing ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌ କେ ଷ୍ଟାଲିନ୍‌

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌ କେ ଷ୍ଟାଲିନ୍‌

ଚେନ୍ନାଇ-07.05.2021- ଆଜି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌। ରାଜ ଭବନରେ ରାଜ୍ୟପାଳ ବନଓ୍ୱରିଲାଲ ପୁରୋହିତ ଷ୍ଟାଲିନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କରୋନା କଟକଣା ମଧ୍ୟରେ ଚେନ୍ନାଇ ରାଜଭବନରେ ଶପଥ ପାଠ କାର୍ଯ୍ୟକ୍ରମ ଶେଷ ହୋଇଛି । ଷ୍ଟାଲିନଙ୍କ ସହ ଅନ୍ୟ ୩୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୦ ବର୍ଷ ଧରି ତାମିଲନାଡୁରେ ଏଆଇଏଡିଏମକେ କ୍ଷମତାରେ ଥିଲା। ଚଳିତ ନିର୍ବାଚନରେ ଡିଏମ୍‌କେ ଏଆଇଏଡିଏମକେକୁ ହରାଇ ସରକାର ଗଢ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।