You are currently viewing ନିପା ଭାଇରସ ଆତଙ୍କ, ଜଣେ ବାଳକ ମୃତ

ନିପା ଭାଇରସ ଆତଙ୍କ, ଜଣେ ବାଳକ ମୃତ

କୋଝିକୋଡ଼-୦୫.୦୯.୨୦୨୧, କରୋନା ଭାଇରସ ସଂକ୍ରମଣରେ ସାରା ଦେଶର ଲୋକ ଭୟଭୀତ ଥିବାବେଳେ ତୃତୀୟ ଲହର ଆଶଙ୍କା ମଧ୍ୟ ରହିଛି । ଦେଶର କିଛି ରାଜ୍ୟରେ ତୃତୀୟ ଲହରର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଏବେ ଆଉ ଏକ ଭାଇରସର ଆତଙ୍କ ଦେଖିବାକୁ ମିଳିଛି । ଭାଇରସଟି ହେଉଛି ନିପା ଭାଇରସ ।କେରଳରେ ନିପା ଭାଇରସରେ ଏକ ଛୋଟ ୧୨ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । କେରଳର କୋଝିକୋଡ଼ ଜିଲ୍ଲାରେ ‘ନିପା ଭାଇରସ୍‌’ ଦ୍ବାରା ଆକ୍ରାନ୍ତ ‌ହୋଇଥିବା ଜଣେ ୧୨ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ସେପ୍ଟେମ୍ବର ୩ ତାରିଖ ଦିନ ପିଲାଟି ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ନେଇ ଟେଷ୍ଟରୁ ଜଣାପଡିଲା । ବାଳକ ଜଣକ କୋଝିକୋଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥବସ୍ଥା ହଠାତ ଖରାପ ହୋଇ ଯାଇଥିଲା । ହସ୍ପିଟାଲର ଏକ ଟିମ୍ ବାଳକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ତେବେ ଆଜି ଭୋରସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।