You are currently viewing ରାସ୍ତାରେ ଗଡି ପାରିବନି ସରକାରୀ ପୁରୁଣା ଗାଡି

ରାସ୍ତାରେ ଗଡି ପାରିବନି ସରକାରୀ ପୁରୁଣା ଗାଡି

ନୂଆଦିଲ୍ଲୀ (୨୬.୧୧.୨୨) : ରାସ୍ତାରେ ଗଡିପାରିବନି ୧୫ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡି । ସରକାରୀ ମାଲିକାନାରେ ଥିବା କିମ୍ବା ସରକାରୀ ଉଦ୍ୟୋଗ ଦ୍ୱାରା ପରିଚାଳିତ ୧୫ବର୍ଷରୁ ଅଧିକ ପୁରୁଣା ଗାଡିକୁ ସ୍କ୍ରାପିଙ୍ଗ ପଲିସି ଅଧିନକୁ ଆଣିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଘରୋଇ ଓ ବ୍ୟବସାୟୀକ ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏ ସମ୍ପର୍କୀତ ନିୟମାବଳୀ ସବୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ସରକାରୀ କିମ୍ବା ସରକାରୀ ଉଦ୍ୟୋଗ ମାଲିକାନାରେ ଥିବା ବସ, ଟ୍ରକ୍ ଓ କାର ଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ, ଏହାକୁ ଆଉ ରାସ୍ତାରେ ଚାଲିବା ଲାଗି ଅନୁମତି ମିଳିବ ନାହିଁ।ଗଡ଼କରୀ କହିଛନ୍ତି କେନ୍ଦ୍ର ସରକାର ଏହି ପଲିସିକୁ ଅନୁମୋଦନ କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ ନିକଟକୁ ନିୟମାବଳୀ ପଠାଯାଇଥିବା ବେଳେ ରାଜ୍ୟ ଗୁଡ଼ିକ ମଧ୍ୟ ଏହାର ପାଳନ କରିବା ଦରକାର। କେନ୍ଦ୍ର ସରକାର ୨୦୧୮ରେ ଦେଶରେ ପ୍ରଥମ କରି ସ୍କ୍ରାପେଜ୍ ପଲିସି ଆଣିଥିବା ବେଳେ ଅଗଷ୍ଟ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟୋମେଟିଭ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।