You are currently viewing ଦେଶରେ ଆଉ ଦୁଇ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଉ ଦୁଇ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୧୨.୧୨.୨୦୨୧, ସାରା ବିଶ୍ବରେ ଏବେ କରୋନାର ନୂଆ ପ୍ରଜାତି ଓମିକ୍ରନ୍‌ ଚିନ୍ତା ବଢ଼ାଇଛି ।କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ତେଣୁ ଏହା ଗୋଟିକ ପରେ ଗୋଟିଏ ଦେଶରେ ବ୍ୟାପିବାରେ ଲାଗିଛି । ଅତିକମ୍‌ରେ ବିଶ୍ୱର ୫୯ଟି ଦେଶକୁ ବ୍ୟାପିସାରିଲାଣି ଏହି ନୂଆ ଭାରିଆଣ୍ଟ । ତେବେ ଆଜି ଭାରତରୁ ଆଉ ଦୁଇ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଜଣ ବ୍ୟକ୍ତି ଇଟାଲୀ ଏବଂ ଆୟାରଲ୍ୟାଣ୍ଡରୁ ଆସିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ୩୫ରେ ପହଞ୍ଚିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।