You are currently viewing ଆରମ୍ଭ ହେଲା ପେପରଲେସ କୋର୍ଟ

ଆରମ୍ଭ ହେଲା ପେପରଲେସ କୋର୍ଟ

ନୂଆଦିଲ୍ଲୀ୧୭/୦୯, ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଳିତ ଏହାକୁ ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲା କୋର୍ଟକୁ ପେପରଲେସ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭର ମଧ୍ୟ ପ୍ରକାଶିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ସିଜେଆଇଙ୍କ ବ୍ୟତୀତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମଆର ଶାହ, ହାଇକୋର୍ଟ ମୁଖ୍ୟ ବିଚାପରତି ଜଷ୍ଟିସ ଏସ.ମୁରଲୀଧରଙ୍କ ସହିତ ଅନ୍ୟ ବିଚାରପତିମାନେ ଯୋଗଦେଇଥିଲେ । ସିଜେଆଇ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ମୁରଲୀଧର ବିଶ୍ୱବିଦ୍ୟାଳୟର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ୨୦୨୧ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ବିଚାପରତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓଡ଼ିଶା ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟକୁ ଉଦଘାଟନ କରିଥିଲେ । ୨୦୨୧, ଏପ୍ରିଲ ୫ରେ ଇ-ଫାଇଲିଂ ୱେବ ପୋର୍ଟାଲର ଆରମ୍ଭ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।