You are currently viewing ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ-୧୯.୦୭.୨୦୨୧, ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସକାଳ ୧୧ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଉଭୟ ଗୃହରେ ଅଧିବେଶନ ଚାଲିବ । କୋଭିଡ୍ ନିୟମ ଅନୁଯାୟୀ ସମସ୍ତ ସାଂସଦ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆଯିବ । କରୋନା ମହାମାରୀ ପାଇଁ ସମସ୍ତ କଟକଣାକୁ ଗୃହରେ କଡାକଡିଭାବେ ପାଳନ କରାଯିବ। ଗୃହ କାର୍ଯ୍ୟ କିଭଳି ସୁଚାରରୂପେ ଚଳାଇବାକୁ ହେବ ଏନେଇନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନ ସମୟରେ ସବୁ ଏନଡିଏ ସାଂସଦଙ୍କ ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ।
ତେବେ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନରେ ତେଲ ଦର ଵୃଦ୍ଧି, ଓ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଦରଦାମ୍ ବୃଦ୍ଧି, ଚାଷୀ ଆନ୍ଦୋଳନ ଆଦି ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।