You are currently viewing ଆଜିଠୁ ସଂସଦ ବଜେଟ୍ : ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆଜିଠୁ ସଂସଦ ବଜେଟ୍ : ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଏଏନଏସ : ଆଜିଠୁ ଆରମ୍ଭ ହୋଇଛି ସଂସଦ ବଜେଟ୍ ଅଧିବେଶନ। ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ମୋଦୀ ପୂର୍ବ ଶତ୍ରୁତାକୁ ଭୁଲି ୫ ବର୍ଷ ଦେଶ ପାଇଁ ଏକାଠୀ ହୋଇ କାର୍ଯ୍ୟ କରିବାକୁ ଅ୍ରାହ୍ବନ ଦେଇଛନ୍ତି। ଭାରତ ଏବେ ୮ ପ୍ରତିଶତ ଅଭିବୃଦ୍ଧି ସହ ଦେଶ ଆଗକୁ ବଢୁଛି। ଦେଶବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି ମୋଦି।

ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଏହା ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚଲିବ। ଆର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେଗୃହରେ ବଜେଟ ଉପସ୍ଥାପନ କରିବେ। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।