You are currently viewing ଟଙ୍କା ପାଇଁ ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କଲେ ସ୍ୱାମୀ

ଟଙ୍କା ପାଇଁ ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କଲେ ସ୍ୱାମୀ

ନାଗପୁର: ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା ମାମଲାର ସତ୍ୟତା ଥିରେ ଥିରେ ଖୁଲାସା ହେଉଛି । ସାନାଙ୍କୁ ତାଙ୍କ ସ୍ୱାମୀ ଅମିତ ସାହୁ ହତ୍ୟା କରି ନାଗପୁରରେ ଥିବା ହିରନ ନଦୀରେ ଫସାଇଦେଇଥିଲେ । ତେବେ ଅମିତ ତାଙ୍କ ସ୍ତ୍ରୀ ତଥା ବିଜେପି ନେତ୍ରୀ ସାନାଙ୍କୁ କାହିଁକି ମାରିଥିଲେ ବୋଲି ପ୍ରଶ୍ନ ଉଠିଥିଲା । ତେବେ ଏନେଇ ବର୍ତ୍ତମାନ ପୁଲିସ ସୂଚନା ଦେଇଛି ଯେ ସାନାଙ୍କ ଠାରୁ ତାଙ୍କ ସ୍ୱାମୀ ଅମିତ ୫୦ ଲକ୍ଷ ଟଙ୍କା ଧାର ନେଇଥିଲେ । ଏହି ଟଙ୍କା ସାନା ମାଗିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୂଜିଥିଲା । ଏବଂ ଏନେଇ ଅମିତ ରାଗରେ ସାନାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।