You are currently viewing ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, 3 ଆତଙ୍କବାଦୀ ମୃତ

ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, 3 ଆତଙ୍କବାଦୀ ମୃତ

ଶ୍ରୀନଗର-06.05.2021, ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଅନ୍ୟ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ସୋପିଆନ ଜିଲ୍ଲାର କାନିଗାଁଓରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ ଯେ, ସୋପିଆନ୍ ସେକ୍ଟରର କାନିଗାମରେ ଲୁଚି ରହି ବଡ ଷଡଯନ୍ତ୍ର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ପୋଲିସ ସହିତ ଏକ ଟିମ୍ ଗଠନ କରି ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।