You are currently viewing ଆଜି ରାତିରୁ ୧୪୪ ଧାରା ଜାରି

ଆଜି ରାତିରୁ ୧୪୪ ଧାରା ଜାରି

ମୁମ୍ୱାଇ, ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ସାରା ଦେଶ ମଧ୍ୟରୁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ ଅଧିକ ରହିଛି । ଦେଶରେ ଚିହ୍ନଟ ହେଉଥିବା ଦୈନିକ ଆକ୍ରାନ୍ତଙ୍କ ମଧ୍ୟରେ ଅଧାରୁ ଅଧିକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛିନ୍ତି । ଏହା ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜି ରାତି ୮ ଟାରୁ ୧୪୪ ଧାରା ଜାରି ହେବ । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । କରୋନା ସଂକ୍ରମଣ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏଭଳି ପଦକ୍ଷେପକୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ କହିଛନ୍ତି।

ତେବେ ଏହି କର୍ଫ୍ୟୁ ସମୟରେ ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଉପରେ କଟକଣା ଲଗାଯାଇଛି ଏବଂ ଅନଲାଇନ ହେଲିଭରିକୁ ଅନୁମତି ମିଳିଛି । ଜରୁରି ସେବାକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ୍ ୧୫ ଦିନ ଯାଏ ବନ୍ଦ ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।