You are currently viewing ମହାରାଷ୍ଟ୍ରରେ ଲାଗୁ ହେଲା ୧୪୪ ଧାରା

ମହାରାଷ୍ଟ୍ରରେ ଲାଗୁ ହେଲା ୧୪୪ ଧାରା

ମହାରାଷ୍ଟ୍ର ୧୧/୧୨: ମୁମ୍ବାଇରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ଆକ୍ସନ ମୋଡରେ ମହାରାଷ୍ଟ୍ର ସରକାର । ବର୍ତ୍ତମାନ ସୁଦ୍ଧା ମୋଟ ୩୩  ମାମଲା ସାମନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାୟାନଗରୀ ମୁମ୍ବାଇରେ ଦୁଇଦିନ ୧୪୪ ଧାରା ଲାଗୁ କରଯାଇଛି । ୧୧ ତାରିଖ ଓ ୧୨ ତାରିଖ ପାଇଁ ୧୪୪ ଧାରା ଲାଗୁ ହୋଇଛି । ଏହି କ୍ରମରେ ମୁମ୍ବାଇରେ ରାଲି, ମୋର୍ଚ୍ଚା ଓ ଶୋଭାଯାତ୍ରା ଉପରେ ବି କଟକଣା ଲାଗୁ କରାଯାଇଛି । ମହାରାଷ୍ଟ୍ରରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏଥିରେ ଜଣେ ସାଢ଼େ ୩ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛି । ମହାରାଷ୍ଟ୍ରରେ ଶୁକ୍ରବାର ଓମିକ୍ରନର ୭ଟି ମାମଲା ଚିହ୍ନଟ ହୋଇଛି । ଏଥିରୁ ୩ଟି କେସ୍ ମୁମ୍ବାଇରୁ ଆସିଥିବା ବେଳେ ୪ଟି ମାମଲା ପିମ୍ପରି ଚିଞ୍ଚୱଡ଼ ନଗରପାଳିକାରୁ ଚିହ୍ନଟ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।