You are currently viewing ଚଣ୍ଡିଗଡ ୟୁନିଭରସିଟି ଘଟଣାରେ ତଦନ୍ତ କରିବ ଏସ୍‌ଆଇଟି

ଚଣ୍ଡିଗଡ ୟୁନିଭରସିଟି ଘଟଣାରେ ତଦନ୍ତ କରିବ ଏସ୍‌ଆଇଟି

ଚଣ୍ଡିଗଡ (୨୦.୯.୨୨) : ଚଣ୍ଡିଗଡ ୟୁନିଭରସିଟିରେ ଭିଡିଓ ଲିକ ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ତଦନ୍ତ କରିବ ଏସ୍‌ଆଇଟି । ଏହି ୩ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ ରୁମ୍‌ରେ ଅଭିଯୁକ୍ତ ଛାତ୍ରଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେତାଙ୍କୁ ହାଜର କରିଥିଲା ପୋଲିସ । ଏହି ସମୟରେ ପୋଲିସ ସହିତ ଯୁକ୍ତି କରିଥିଲେ ଏହି ଅଭିଯୁକ୍ତ । ଏଥିରେ ବିଚାରପତି ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ କେଉଁ କାରଣ ପାଇଁ ଅନ୍ୟ ଛାତ୍ରୀମାନଙ୍କର ଭିଡିଓ କରୁଥିଲେ କେଉଁ କ୍ୟାମେରାରେ କରୁଥିଲେ ତାହାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଛାତ୍ରୀ ଜଣଙ୍କ ଭିଡିଓ ରେକଡିଙ୍ଗ କରି ବ୍ଲାକମେଲ କରୁଥିଲେ । ତେବେ ହଷ୍ଟେଲରେ ୬୦ରୁ ଅଧିକ ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାରେ ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ସସପେଣ୍ଡ କରାଯାଇଛି । ଏବଂ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ କ୍ଲାସ ବାତିଲ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।