You are currently viewing ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ-୩୦,୦୪,୨୦୧୧, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ସୋଲି ସୋରାବଜୀଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ ଉଭୟ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ କେବଳ ତାଙ୍କ ପତ୍ନୀ କୋରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ସୋବଜୀଙ୍କର ପରଲୋକ ଘଟିଛି । ସୋଲି ସୋରାବଜୀ ୧୯୩୦ ମସିହାରେ ମୁମ୍ବାଇ ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ଏହାପରେ ସେ ଭାରତର ଭାରତର ଆଟର୍ଣ୍ଣି ଜେନେରାଲ୍ ଭାବେ ସେ ପ୍ରଥମେ ୧୯୮୯-୯୦ ଏବଂ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସୋଲି ସୋରାବଜୀଙ୍କୁ ୨୦୦୨ ମାର୍ଚ୍ଚ ମାସରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।