You are currently viewing ଇତିହାସ ରଚିଲା ସ୍ପେସ୍ ଏକ୍ସ ଟୁରିଜିମ

ଇତିହାସ ରଚିଲା ସ୍ପେସ୍ ଏକ୍ସ ଟୁରିଜିମ

ନ୍ୟୁୟର୍କ, ୧୬/୦୯: ଇତିହାସ ରଚିଲା ସ୍ପେସ୍ ଏକ୍ସ ଟୁରିଜିମ । ଏଲନ୍‌  ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପ୍ରଥମ ଅଲ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କମ୍ପାନୀ ପ୍ରଥମ ଥର ୪ ଜଣ ସିଭିଲିଆନଙ୍କୁ ମହାକାଶ ପଠାଇଛି । ଏହି ମିଶନକୁ ଇନସ୍ପେରିସନ-୪ ନାଁ ଦିଆଯାଇଛି । ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ଟିମ୍ । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହାପରେ ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ । ଯେଉଁ ସାଧାରଣ ନାଗରିକ ଏହି ମହାକାଶ ଯାତ୍ରା କରିଛନ୍ତି ସେମାନଙ୍କ ମଧ୍ୟରେ ଇସାକମେନ୍ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ, ୫୧ ବର୍ଷୀୟ ସନ ପ୍ରୋକ୍ଟର ଓ ପାଇଲଟ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି । ଏହି ସ୍ପେସ୍ ଏକ୍ସ ମିଶନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ୩୮ ବର୍ଷୀୟ ଇସାକମେନ୍ ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।