You are currently viewing ତାମିଲନାଡୁରେ ବିଷାକ୍ତ ମଦ ପିଇ ୩୦ମୃତ : ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ତାମିଲନାଡୁରେ ବିଷାକ୍ତ ମଦ ପିଇ ୩୦ମୃତ : ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଏଏନଏସ : ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଜିଲ୍ଲା କଲେକ୍ଟର ଏମଏସ ପ୍ରସନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସିବିଆଇ-ସିଆଇଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ହଜାର ଟଙ୍କା ଦେବାକୁ କହିଛନ୍ତି। ଏବଂ ପୁଲିସ ଜଣେ ମଦ ବ୍ୟବସାୟୀ ସହ ଜଡିତ ଥିବା ଅନ୍ୟ ଲୋକଙ୍କୁ ଗିରଫ କରିଛି ବୋଲି ଷ୍ଟାଲିନ ଏକ୍ସ ଜରିଆରେ ଲେଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।